Site icon ଆଜିକାଲି

ଶପଥ ନେଲେ ସୁପ୍ରିମକୋର୍ଟର ପାଞ୍ଚ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।

ଫେବୃଆରୀ ୪ରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିସକୁ ଗ୍ରହଣ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ଏହି ପାଞ୍ଚଜଣ ନୂତନ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ, ସଞ୍ଜୟ କାରୋଲ, ଜଷ୍ଟିସ୍ ପି.ଭି ସଞ୍ଜୟ କୁମାର, ଜଷ୍ଟିସ ଅମାନୁଲ୍ଲା ଓ ଜଷ୍ଟିସ ମନୋଜ ମିଶ୍ରା ।

ଉଲ୍ଲେଖଯୋଗ୍ୟ ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ୩୪ ଜଣ ବିଚାରପତି ରହିପାରିବେ। ଶପଥ ଗ୍ରହଣ ପୂର୍ବରୁ ୨୭ ଜଣ ବିଚାରପତି କାର୍ଯ୍ୟ କରୁଥିଲେ। ଏହି ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।

Exit mobile version