Site icon ଆଜିକାଲି

ପାଞ୍ଚ ବର୍ଷ ପରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ପୂଜାରା


ନୂଆଦିଲ୍ଲୀ : ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯିବାର ୫ ବର୍ଷ ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଏହି ସମ୍ମାନଜନକ ଟ୍ରଫି ଗ୍ରହଣ କରିଛନ୍ତି ।

କ୍ରିକେଟ୍ ବ୍ୟସ୍ତତା ଯୋଗୁଁ ପୂଜାରା ୨୦୧୭ରେ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବରେ ଯୋଗ ଦେଇପାରିନଥିଲେ। ଶେଷରେ ସେ ଶନିବାର ଏଠାରେ ‘ହ୍ୟାଣ୍ଡ ଓଭର’ ସମାରୋହରେ ଟ୍ରଫି ଉଠାଇବାକୁ ସୁଯୋଗ ପାଇଥିଲେ। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଟୁଇଟ୍ କରି କ୍ରୀଡ଼ା ମନ୍ତ୍ରାଳୟ, ବିସିସିଆଇ ଏବଂ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୂଜାରା ସୌରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି । ବର୍ତ୍ତମାନ ବିଜୟ ହଜାରେ ଟ୍ରଫି ପାଇଁ ସେ ରାଜଧାନୀ ଦିଲ୍ଲୀରେ ଅଛନ୍ତି। ଆସନ୍ତା ମାସରେ ଦୁଇ ଟେଷ୍ଟ ସିରିଜ ପୂର୍ବରୁ ବାଂଲାଦେଶ ଗସ୍ତ କରିବାକୁ ଥିବା ଇଣ୍ଡିଆ ‘ଏ’ ଦଳରେ ସାମିଲ ହୋଇଛନ୍ତି ପୂଜାରା । ସୂଚନା ଯେ, ୯୬ଟି ଟେଷ୍ଟ ଖେଳିଥିବା ପୂଜାରା କାଉଣ୍ଟି କ୍ରିକେଟରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

FacebookTwitterLinkedinWhatsapp
Exit mobile version