Site icon ଆଜିକାଲି

ଏହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ-୨୦୨୩

ନୂଆଦିଲ୍ଲୀ : ଅକ୍ଟୋବର ୮ରୁ ଓ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଆରମ୍ଭ ହେବ ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ-୨୦୨୩। ଏହି ସେଲ କାଳରେ ସ୍ମାର୍ଟ ଫୋନସ ଅନ୍ୟ ଇଲେକ୍ଟ୍ରୋନିକ୍ସ, ଆସୋସରିଜ, ସ୍ମାର୍ଟ ଟିଭି ଓ ହୋମ ଆପ୍ଲାଏନ୍ସ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବବୋଲି ଜଣା ପଡିଗଲାଣି। ଫ୍ଲିପକାର୍ଟ ଗ୍ରାହକଙ୍କୁ ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ କିଣାକିଣି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ପାଇବାର ସୁଯୋଗ ମଧ୍ୟ ଦେବେ। ଯେଉଁମନେ ପେ-ଟିଏମ୍, ୟୁପିଆଇ ଓ ୱାଲେଟ୍ ଟ୍ରାଞ୍ଜାକ୍ସନ କରିବେ ସେମାନେ ମଧ୍ୟ ସଞ୍ଚୟ କରିପାରିବେ।

ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସଙ୍କ ନିମନ୍ତେ ଏହି ସେଲ ୨୪ ଘଣ୍ଟା ପୂର୍ବରୁ ୟର୍ଲି ଆକ୍ସେସ୍‌ ମିଳିବ ଓ ଇ କମର୍ସ କମ୍ପାନୀ ଏହି ସେଲ କାଳରେ ଅନେକ ପ୍ରଡକ୍ଟ ଯେପରି ମୋବାଇଲ ଫୋନ୍ସ, ଲ୍ୟାପଟପ, ଟାବଲେଟ୍, ସ୍ମାର୍ଟ ୱାଚେସ୍, ଇୟରବର୍ଡସ୍, ସ୍ମାର୍ଟ ଟିଭି ଓ ନୂଆ ଲଞ୍ଚ ହୋଇଥିବା ପ୍ରଡକ୍ଟ ଉପରେ ରୋମାଞ୍ଚକ ଡିଲସ୍ ଓ ଅଫର ପ୍ରତିଶ୍ରୁତି ଦେଉଛନ୍ତି। ଫ୍ଲିପକାର୍ଟ ଅପକମିଂ ସେଲ କାଳରେ ଇଏମଆଇ ଟ୍ରାଞ୍ଜାକ୍ସନ ଓ ବ୍ୟାଙ୍କ କାର୍ଡସ୍ ମାଧ୍ୟମରେ କରାଯାଉଥିବା କ୍ରୟ ଉପରେ ଅଲଗା ଅଲଗା ବ୍ୟାଙ୍କ ଯେପରି ଆକ୍ସିସ୍, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ୍ ବ୍ୟାଙ୍କ ସହିତ ପାର୍ଟନରସିପ୍ କରୁଛନ୍ତି। ଏହା ଛଡା ଇଚ୍ଛୁକ ଗ୍ରାହକ ପେ-ଟିଏମ ଆଧାରିତ ଅଫର୍ସର ଲାଭ ମଧ୍ୟ ନେଇ ପାରିବେ। ଏହି ସେଲ କାଳରେ ଆପଲ, ଆଇକ୍ୟୁ,ୱାନପ୍ଲସ୍. ସାମସଙ୍ଗ, ରିୟଲମି ଓ ସାଓମି ଭଳି ବ୍ରାଣ୍ଡଙ୍କ ପକ୍ଷରୁ ମୋଟା ରକମର ଡିସ୍କାଉଣ୍ଟ ଦିଆଯିବ ବୋଲି ପୁଷ୍ଟି ହୋଇସାରିଛି।

ଚଳିତବର୍ଷ ଫ୍ଲିପକାର୍ଟ ବିଗ ବିଲିୟନ ଡେଜ ସେଲ କାଳରେ ମୋଟୋଜି-୫୪ ଫାଇଭଜି, ସାମସଙ୍ଗ ଗ୍ୟାଲେକ୍ସିଏଫ-୩୪ ଫାଇଭ-ଜି, ରିୟଲମି ସି-୫୧, ରିୟଲମି ୧୧୫ ଜି, ରିୟଲମି ୧୧ଏକ୍ସ ଫାଇଭ-ଜି,ଇନଫିନିକ୍ସ ଜିରୋ୩୦ -୫ଜି ଭଳି ଅନେକ ସ୍ମାର୍ଟ ଫୋନ ପ୍ରାଇସ୍ କଟ୍ ନିମନ୍ତେ ଟିଜ୍ କରିଛନ୍ତି। ଏହା ଛଡା ଆଇଫୋନ୧୪ ସିରିଜ, ଆଇଫୋନ ୧୩ସିରିଜ ଓ ଗ୍ୟାଲେକ୍ସିଏସ-୨୩ ଅଲଟ୍ରା ଉପରେ ମଧ୍ୟ ଡିସ୍କାଉଣ୍ଟ ଦିଆଯାଇପାରେ।

Exit mobile version