Site icon ଆଜିକାଲି

ନିଲମ୍ବିତ ହେଲେ ଫୁଟବଲ ଖେଳାଳି ଲିଓନେଲ୍ ମେସି

ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ୍ ମେସି ନିଲମ୍ବିତ । ପ୍ୟାରିସ୍ ସେଣ୍ଟ ଜର୍ମାନ କ୍ଲବ୍ ତାଙ୍କୁ ଦଣ୍ଡିତ କରିଛି । ବିନା ଅନୁମତିରେ ସାଉଦି ଆରବ ଗସ୍ତ କରିଥିବାରୁ ତାଙ୍କୁ ଦୁଇ ସପ୍ତାହ ପାଇଁ ସସପେଣ୍ଡ କରାଯାଇଛି । ପ୍ୟାରିସ୍ ସେଣ୍ଟ ଜର୍ମାନ ଟିମରେ ମେସି ଆସନ୍ତା ଦୁଇ ସପ୍ତାହ ପାଇଁ କୌଣସି ମ୍ୟାଚ୍ ଖେଳି ପାରିବେ ନାହିଁ । ଏହା ସହିତ କୌଣସି ଟ୍ରେନିଂ ମଧ୍ୟ ଦେଇ ପାରିବେ ନାହିଁ ।

ଫ୍ରାନ୍ସ ସ୍ପୋର୍ଟସ ମିଡିଆ ଡେଲି ଲ ଇକ୍ବିପେ ମଙ୍ଗଳବାର ଏହି ଖୁଲାସା କରିଛି । ଆର୍ଜେଣ୍ଟିନାକୁ ବିଶ୍ବକପ୍‌ ବିଜୟୀ କରାଇଥିବା ଷ୍ଟାର ଫୁଟବଲର ଲିଓନେଲ ମେସି ୨ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବାରୁ ଦୁଇଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ୨ ସପ୍ତାହ ପାଇଁ ତାଙ୍କର ଫି’ ମଧ୍ୟ କଟାଯିବ । ଟ୍ରୋଏସ୍‌ ଓ ଆଜାକ୍କିଓ ବିପକ୍ଷରେ ହେବାକୁ ଥିବା ମୁକାବିଲାରେ ତାଙ୍କୁ ବାହାରେ ବସିବାକୁ ପଡିବ । ତେବେ ମେ ୨୧ ତାରିଖରେ ଅକ୍ସେରେ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ରେ ନଜର ଆସିବେ ମେସି ।

ପିଏସଜି ଟିମ୍‌ ୩୩ଟି ମ୍ୟାଚ୍‌ ଖେଳିଥିବା ବେଳେ ମୋଟ ୭୫ ପଏଣ୍ଟ ପାଇ ଶୀର୍ଷରେ ରହିଛି । ଲିଓନେଲ ମେସି ମୋଟ ୧୫ଟି ଗୋଲ୍‌ କରିଥିବା ବେଳେ ୧୪ଟି ଆସିଷ୍ଟ କରିଛନ୍ତି ।

Exit mobile version