Site icon ଆଜିକାଲି

ସିଆରପିଏଫରେ ପ୍ରଥମ ଥର ଦୁଇ ମହିଳା ଅଧିକାରୀଙ୍କୁ ଆଇଜି ଭାବେ ପଦୋନ୍ନତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ରେ ମହିଳା ବାଟାଲିୟନ ଗଠନର ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ପଦୋନ୍ନତି ଦିଆଯାଇଛି । ଉଭୟ ମହିଳା ଅଧିକାରୀ ୧୯୮୭ରେ ସିଆରପିଏଫରେ ସାମିଲ ହୋଇଥିଲେ । ସିଆରପିଏଫ୍ ମୁଖ୍ୟାଳୟ ଦ୍ଵାରା ଜାରି ନିର୍ଦ୍ଦେଶ ଅନୁଯାୟୀ ଆନି ଆବ୍ରାହମଙ୍କୁ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଏଫ୍) ର ଆଇଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ସୀମା ଧୁଣ୍ଡିଆଙ୍କୁ ବିହାର ସେକ୍ଟର ଆଇଜି କରାଯାଇଛି। ପ୍ରଥମ ଥର ଜଣେ ମହିଳା ଆଇଜି ଆରଏଏଫ୍ ର ନେତୃତ୍ବ ନେବେ |

Exit mobile version