Site icon ଆଜିକାଲି

ବଳପୂର୍ବକ ଧର୍ମାନ୍ତରୀକରଣ ଘଟଣା ଦେଶର ସୁରକ୍ଷା ପ୍ରତି ବିପଦ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଲୋଭନ ମାଧ୍ୟମରେ ଅବା ବଳପୂର୍ବକ ଧର୍ମାନ୍ତରୀକରଣକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଯଦି ଏଭଳି ଧାରା ବନ୍ଦ ନହୁଏ ତେବେ ଏହା ଦେଶର ସୁରକ୍ଷା ସହ ନାଗରିକମାନଙ୍କର ଧାର୍ମିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିବ | କେନ୍ଦ୍ର ଏଭଳି ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ ସମୟ ଆସିଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକରେ ଏଭଳି ଘଟଣା ବ୍ୟାପକ ଭାବେ ଘଟୁଛି | ଏହା ପରେ କୋର୍ଟ ପାଲଟା ପ୍ରଶ୍ନ କରି ସରକାର କଣ କରୁଛନ୍ତି ବୋଲି ପଚାରିଥିଲେ । ବଳପୂର୍ବକ ଧର୍ମାନ୍ତରୀକରଣ ପାଇଁ ରାଜ୍ୟଗୁଡିକର ନିଜସ୍ଵ ଆଇନ ରହିପାରେ, କିନ୍ତୁ କେନ୍ଦ୍ର ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ଜୋର୍ ଜବରଦସ୍ତି ଧର୍ମାନ୍ତରୀକରଣ ବିରୋଧରେ ନିଆଯାଇଥିବା ୨୨ଟି ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି। ସୁପ୍ରିମକୋର୍ଟ ନଭେମ୍ବର ୨୨ ସୁଦ୍ଧା ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ। ବଳପୂର୍ବକ ଧର୍ମାନ୍ତରୀକରଣ ନେଇ ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି ।

Exit mobile version