Site icon ଆଜିକାଲି

ପୂର୍ବତନ ସେନା ମୁଖ୍ୟଙ୍କ ବଡ଼ ବୟାନ, ମଣିପୁର ହିଂସା ପଛରେ ଚୀନର ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ମଣିପୁର ହିଂସା ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ଦେଇଛନ୍ତି ବଡ଼ ବୟାନ। ମଣିପୁର ହିଂସା ବିଦେଶୀ ରାଷ୍ଟ୍ରର ହାତ ରହିଛି ବୋଲି ସେ ଦାବି କରିଛନ୍ତି । ସେ ସିଧାସଳଖ ଚୀନର ନାଁ ନେଇଛନ୍ତି । ଜେନେରାଲ (ଅବସରପ୍ରାପ୍ତ) ନରାଓ୍ବଣେ କହିଛନ୍ତି, ଦେଶର ସାମଗ୍ରିକ ଜାତୀୟ ସୁରକ୍ଷା ପାଇଁ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଅସ୍ଥିରତା ଭଲ ନୁହେଁ। ମଣିପୁରର ବିଭିନ୍ନ ବିଦ୍ରୋହୀ ସଂଗଠନକୁ ଚୀନ୍ ସହାୟତା କରୁଛି ବୋଲି ନରାଓ୍ବଣେ କହିଛନ୍ତି। ଜାତିଗତ ହିଂସା ଯୋଗୁଁ ମଣିପୁର ପ୍ରାୟ ତିନିମାସ ହେଲା ଜଳୁଛି। ରାଜ୍ୟର କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଥମିବାର ସଙ୍କେତ ମିଳୁନି।

ଏଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ଜାତୀୟ ସୁରକ୍ଷା ଦୃଷ୍ଟିକୋଣ’ ଉପରେ ଆଲୋଚନାଚକ୍ର ଅବସରରେ ମଣିପୁର ହିଂସା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜେନେରାଲ ନରାଓ୍ବଣେ କହିଛନ୍ତି, “ମୁଁ ନିଶ୍ଚିତ ଯେ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ହିଂସା ରୋକିବାକୁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ମଣିପୁର ହିଂସାରେ ବିଦେଶୀ ଏଜେନ୍ସିଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇନପାରେ । ମୁଁ କହିବି ଯେ ସେମାନେ ନିଶ୍ଚିତ ଭାବେ ଏଥିରେ ସମ୍ପୃକ୍ତ ଅଛନ୍ତି । ମଣିପୁରର ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀକୁ ଚୀନ୍ ସହାୟତା କରୁଛି।

ମଣିପୁର ଓହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

Exit mobile version