Site icon ଆଜିକାଲି

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ସୁଶୀଲ କୁମାର ମୋଦୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସୁଶୀଲ ମୋଦୀ । ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବିଜେପିର ଏହି ବରିଷ୍ଠ ନେତା ଗତ କିଛି ମାସ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ। ଗତ ଏପ୍ରିଲ ୩ ତାରିଖରେ ସେ ତାଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିପାଇଁ ସେ ଲୋକସଭା ନିର୍ବାଚନରୁ ଦୂରେଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜଣାଇଥିଲେ।

Exit mobile version