Site icon ଆଜିକାଲି

ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ହେଲେ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ପକ୍ଷରୁ ଜାରି ବିବୃତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜୟେନ୍ଦ୍ରଙ୍କୁ କର୍ଣ୍ଣାଟକ ବିଜେପି ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିବୃତିରେ କୁହାଯାଇଛି।

ଏହି ଘୋଷଣା ପରେ ବିଜେପିର ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଏବଂ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟ କର୍ଣ୍ଣାଟକର ରାଜ୍ୟ ବିଜେପି ସଭାପତି ହୋଇଥିବାରୁ ବିଜୟେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସାଂସଦ ତେଜସ୍ୱୀ ସୂର୍ଯ୍ୟ ଲେଖିଛନ୍ତି ଯେ ବିଜୟେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଏବଂ ନେତୃତ୍ୱରେ ବିଜେପି ଅଧିକ ଶକ୍ତିଶାଳୀ ହେବ । ଏହି ନିଯୁକ୍ତି ପରେ ପୁଣି ଥରେ ସ୍ପଷ୍ଟ ହୋଇଛି ଯେ ୟେଦୁରପ୍ପାଙ୍କର ବିଜେପି ସଂଗଠନ ଉପରେ ପ୍ରଭାବ ପୂର୍ବପରି ଜାରି ରହିଛି।

Exit mobile version