Site icon ଆଜିକାଲି

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ଦେହାନ୍ତ

ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଉମେନ ଚାଣ୍ଡିଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୭୯ ବର୍ଷ ବୟସରେ ଆଖି ବୁଜିଛନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ପୁଅ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବରରେ ଜର୍ମାନୀର ଚାରିଟ୍ ହସପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା ।

କେରଳ ରାଜନୀତିରେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ଵ ଥିଲେ ଚାଣ୍ଡି । ଦୁଇ ଦୁଇ ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚାଣ୍ଡି । ପ୍ରଥମେ ସେ ୨୦୦୪ରୁ ୨୦୦୬ ଯାଏଁ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ୨୦୧୧ରୁ ୨୦୧୬ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୧୧ ଯାଏଁ ଚାଣ୍ଡି କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ଏକମାତ୍ର ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ଚାଣ୍ଡି ଜନସେବା ପାଇଁ ଜାତିସଂଘର ପୁରସ୍କାର ପାଇଥିଲେ ।

Exit mobile version