Site icon ଆଜିକାଲି

ବର୍ଷେ ପରେ ଜେଲରୁ ମୁକୁଳିଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ: ବର୍ଷେ ପରେ ଜେଲରୁ ମୁକୁଳିଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଦୁର୍ନୀତି ମାମଲାରେ ଫସି ଜେଲ୍‌ରେ ଥିବା ଶ୍ରୀ ଦେଶମୁଖ ଶେଷରେ ମୁକୁଳିଛନ୍ତି। 

ମୁମ୍ବାଇର ଅର୍ଥର ରୋଡ୍ ଜେଲ୍‌ରେ ବର୍ଷେକାଳ କାରାଗାର ଭୋଗିବା ପରେ ବୁଧବାର ତାଙ୍କୁ ବେଲ୍‌ ମିଳିଛି। ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ବଡ଼ ଧୁମ୍‌ଧାମମରେ ସ୍ୱାଗତ କରାଯାଇଛି। ତାଙ୍କ ସମର୍ଥକମାନେ ଫୁଲତୋଡ଼ା ଦେବା ସହ ବେଣ୍ଡ୍ ବାଜା ବଜାଇ ତାଙ୍କୁ ସ୍ୱାଗତ କରିଛନ୍ତି। ୭୨ ବର୍ଷୀୟ ଅନୀଲଙ୍କ ବିରୋଧରେ ଲାଞ୍ଚ ନେବା ଓ ପୁଲିସ ସାହାଯ୍ୟରେ ବାର୍ ଓ ଦୋକାନରୁ ଦାଦା ବଟି ଆଦାୟ କରିବା ଅଭିଯୋଗ ରହିଥିଲା। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଗତ ଅକ୍ଟୋବର ୨୬ ତାରିଖରେ ବମ୍ବେ ହାଇକୋର୍ଟରେ ବେଲ୍ ଆବେଦନ କରିଥିଲେ ଅନୀଲ ଦେଶମୁଖ। ଯାହାକୁ ବିରୋଧ କରିଥିଲା ସିବିଆଇ। ଅନୀଲ ନିଜ ପଦମର୍ଯ୍ୟାଦାର ଦୁର୍ବ୍ୟବହାର କରିଛନ୍ତି। ସେ ମୁମ୍ବାଇରୁ ବିଭିନ୍ନ ବାର୍‌ରୁ ପୁଲିଙ୍କ ଦ୍ୱାରା ୪.୭୦ କୋଟି  ଆଦାୟ କରିଛନ୍ତି ବୋଲି ସିବିଆଇ ଅଭିଯୋଗ ଲଗାଇଥିଲା।

ସୂଚନା ଯେ, ଦୁର୍ନୀତି ଅଭିଯୋଗେ ଅନୀଲଙ୍କୁ ନଭେମ୍ବର ୨୦୨୧ରେ ଇଡି ଗରିଫ କରିଥିଲା। ତେବେ ଦୁର୍ନୀତି ଅଭିଯୋଗେ ଅନୀଲଙ୍କୁ ନଭେମ୍ବର ୨୦୨୧ରେ ଇଡି ଗିରଫ କରିଥିଲା।

Exit mobile version