Site icon ଆଜିକାଲି

ଫେରାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !

ଇସଲାମାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫଦାରୀକୁ ଏଡାଇବା ପାଇଁ ଫେରାର ଅଛନ୍ତି । ତାଙ୍କ ଓକିଲଙ୍କ ଟିମ୍ ଅଗ୍ରିମ ଜାମିନ ପାଇଁ କୋର୍ଟକୁ ଯିବାର ଥିଲା । ଏହା ପୂର୍ବରୁ ସେ ଫେରାର ହୋଇଛନ୍ତି । ପାକିସ୍ତାନରେ ଇମ୍ରାନଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । ଆତଙ୍କବାଦ ବିରୋଧୀ ଆଇନ ଅର୍ଥାତ୍ ଏଟିଏ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ଗିରଫ ହେବାର ସମ୍ଭାବନା ମଧ୍ୟରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ ତାଙ୍କ ଘରେ ନାହାଁନ୍ତି । ସେପଟେ ତାଙ୍କ ଦଳର ସଦସ୍ୟମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ରାସ୍ତାରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ତାଙ୍କ ବିରୋଧରେ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ଅଭିଯୋଗ ଆଣିଥିଲେ । ସାଧାରଣ ସଭାରେ ସେ ଅତିରିକ୍ତ ସେଶନ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଦାବି କରାଯାଉଛି ଯେ ଇମ୍ରାନ ନିଜର ଘନିଷ୍ଠ ସହଯୋଗୀ ଶେହବାଜ ଗିଲଙ୍କୁ ଗିରଫ କରାଯିବା କାରଣରୁ ସେ ଇସଲାମାବାଦ ପୋଲିସ ମୁଖ୍ୟ ଓ ଜଣେ ମହିଳା ବିଚାରପତିଙ୍କୁ ଧମକ ଦେଇଥିଲେ । ଏଫଆଇଆରରେ କୁହାଯାଇଛି ଯେ ଖାନଙ୍କ ଭାଷଣ ଯୋଗୁଁ ପୋଲିସ, ବିଚାରପତି ଏବଂ ଦେଶରେ ଭୟ ଏବଂ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହା ବ୍ୟତୀତ ପାକିସ୍ତାନର ଇଲେକ୍ଟ୍ରୋନିକ୍ ମିଡିଆ ନିୟାମକ ପ୍ରାଧିକରଣ ମଧ୍ୟ ଇମ୍ରାନ ଖାନଙ୍କ ଭାଷଣର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି ।

Exit mobile version