Site icon ଆଜିକାଲି

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଏମଏ ଖାନ ଇସ୍ତଫା

ନୂଆଦିଲ୍ଲୀ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ତେଲେଙ୍ଗାନାରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମଏ ଖାନ ଇସ୍ତଫା ଦେଇଛନ୍ତି । ଆଜାଦଙ୍କ ପରି ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ତାଙ୍କ ଇସ୍ତଫା ପରେ ପ୍ରତିକ୍ରିୟାର ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ଟାର୍ଗେଟ କରିଥିଲେ । ସେହିପରି ଏମଏ ଖାନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦଳର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଦଳର ସମସ୍ତ ବରିଷ୍ଠ, ଯେଉଁମାନେ ଦଶନ୍ଧି ଧରି ଦଳକୁ ମଜବୁତ କରିଛନ୍ତି, ସେମାନେ ବର୍ତ୍ତମାନ ଦଳ ଛାଡୁଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ବରିଷ୍ଠ ସଦସ୍ୟଙ୍କ ସହ କିପରି ବ୍ୟବହାର କରାଯାଏ, ତାହା ଜାଣନ୍ତି ନାହିଁ । ପରିସ୍ଥିତିକୁ ଅନୁଧ୍ୟାନ କରି ମୋ ପାଖରେ ଦଳୁ ଇସ୍ତଫା ଦେବାର ନିଷ୍ପତ୍ତି ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ।

Exit mobile version