Site icon ଆଜିକାଲି

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ : ୪ ମୃତ ଓ ଜଣେ ଗୁରୁତର

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ଅନାକାପଲ୍ଲିରେ ପରଓ୍ବାଡା ସ୍ଥିତ ଏକ ଫାର୍ମା କମ୍ପାନୀ ଲ୍ୟାବରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଲୌରେସ୍ ଫାର୍ମା ଲ୍ୟାବ୍ସ ଲିମିଟେଡ୍ ନାମକ କମ୍ପାନୀରେ ହଠାତ୍ ନିଆଁ ଲାଗିଯାଇଥିଲା।

ପୋଲିସର କହିବା ଅନୁଯାୟୀ, ମେସିନ୍ ପାଇପ୍ ସଫା କରାଯାଉଥବା ବେଳେ ଏହି ଘଟଣା ଘଟିଥିଲା ​​। ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ।

ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଅଘଟଣରେ ଗୁରୁତର ଆହତ କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ।

Exit mobile version