Site icon ଆଜିକାଲି

ଚତୁର୍ଥ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ, ଭାରତ ଠାରୁ ୮୮ ରନ୍‌ ପଛରେ ଅଷ୍ଟ୍ରେଲିଆ

ଅହମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ରବିବାର ଶେଷ ହୋଇଛି। ଅଷ୍ଟ୍ରେଲିଆ ନିଜର ଦ୍ବିତୀୟ ପାଳିରେ ବିନା କୌଣସି ୱିକେଟରେ ୩ ରନ୍‌ ସଂଗ୍ରହ କରି ୮୮ ରନ୍‌ ପଛରେ ରହିଛି। ପୂର୍ବରୁ କଙ୍ଗାରୁ ଦଳ ନିଜର ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୫୭୧ ରନ୍‌ ସଂଗ୍ରହ କରି ୯୧ ରନ୍‌ ଅଗ୍ରଣୀ ଲାଭ କରିଥିଲା।

ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସେ ଦ୍ବିଶତକ ହାସଲ କରିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ବ୍ୟକ୍ତିଗତ ଭାବେ ୧୮୬ ରନ୍‌ ଯୋଗଦାନ ଦେଇ ଭାରତର ସ୍କୋରକୁ ମଜବୁତ ସ୍ଥାନରେ ପହଞ୍ଚାଇଥିଲେ। ଶ୍ରେୟସ ଆୟର ପିଠିରେ ଯନ୍ତ୍ରଣା ଯୋଗୁଁ ବ୍ୟାଟିଂ କରିବାକୁ ଆସି ନଥିଲେ। କୋହଲିଙ୍କ ଶତକ ହାସଲ ପରେ ଏବେ ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଅକ୍ଷର ଅର୍ଦ୍ଧଶତକ ପୂରା କରିଥିଲେ।

ପ୍ରଥମ ପାଳିରେ ଭାରତ ତରଫରୁ ବିରାଟ କୋହଲିଙ୍କ ବ୍ୟତୀତ ଏହି ପାଳିରେ ଶୁବମନ ଗିଲ୍‌ ୧୨୮ ରନ୍‌, ଅକ୍ଷର ପଟେଲ ୭୯ ରନ୍‌ ଓ କେଏସ୍‌ ଭରତ ୪୪ ରନ୍‌ ସଂଗ୍ରହ କରିଥିଲେ। ଏବେ ଟିମ୍‌ ଇଣ୍ଡିଆ ମୁକାବିଲା ଜିତିବା ପାଇଁ ଖୁବ ଶୀଘ୍ର ଅଷ୍ଟ୍ରେଲିଆକୁ ଦ୍ବିତୀୟ ପାଳିରେ ଆଉଟ କରିବାକୁ ଚାହିଁବ।

Exit mobile version