Site icon ଆଜିକାଲି

ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଆଜି ଫୁଲ୍ ଡ୍ରେସ ରିହର୍ସାଲ

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଫୁଲ୍ ଡ୍ରେସ୍ ରିହର୍ସାଲ । ଏଥିପାଇଁ ସ୍ବତନ୍ତ୍ର ଟ୍ରାଫିକ ଆଡଭାଇଜରି ଜାରି ହୋଇଛି। ପରେଡ୍ ରିହର୍ସାଲ୍ ବିଜୟ ଚୌକ୍ ଠାରୁ ଆରମ୍ଭ ହୋଇ ଲାଲକିଲ୍ଲା ପର୍ଯ୍ୟନ୍ତ ଯିବ। ଯାତ୍ରୀମାନଙ୍କୁ ଏହାକୁ ନଜରରେ ରଖି ଯାତ୍ରା ଯୋଜନା କରିବାକୁ ପୋଲିସ ଅନୁରୋଧ କରିଛି। ସମସ୍ତ ମେଟ୍ରୋ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ସେବା ଉପଲବ୍ଧ ରହିବ । ତେବେ କେନ୍ଦ୍ରୀୟ ସଚିବାଳୟ ଏବଂ ଉଦୟଗ ଭବନରେ ସକାଳ 5ଟାରୁ ଦ୍ଵିପ୍ରହର ପର୍ଯ୍ୟନ୍ତ ବୋର୍ଡିଂ ଏବଂ ଅନ ବୋର୍ଡିଂ ଅନୁମତି ଦିଆଯିବ ନାହିଁ ।

ଦେଶର ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇବେ। ଓଡ଼ିଶାର ଏନସିସି, ଏନଏସଏସ ଛାତ୍ର ମଧ୍ୟ ନିଜ ନିଜର କ୍ୟାଡଟରେ ସାମିଲ ହେବେ। ସେହିପରି ଓଡିଶୀ, ଛଉ, ସାହିଯାତ ନୃତ୍ୟ ରାବଣ , ନାଗା, ଓ ମେଢ଼ ନୃତ୍ୟ ମଧ୍ୟ ଦେଖିବାକୁ ମିଳିବ। ପରେଡ୍ ରିହର୍ସାଲ୍ ବିଜୟ ଚୌକ୍ ଠାରୁ ଆରମ୍ଭ ହୋଇ ଲାଲକିଲ୍ଲା ପର୍ଯ୍ୟନ୍ତ ଯିବ। ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।

Exit mobile version