Site icon ଆଜିକାଲି

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍, ଜି୨୦ ସମ୍ମିଳନୀରେ ମୋଦିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ଯୋଗାଯୋଗ ଉପକରଣ ଭାରତରେ ପହଞ୍ଚି ସାରିଛି। ଆମେରିକା ସୁରକ୍ଷା କର୍ମୀମାନେ ଭାରତ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ୱତନ୍ତ୍ର କଣ୍ଚ୍ରୋଲ ରୁମ ସ୍ଥାପନ କରିଛନ୍ତି।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଆମେରିକା ରାଷ୍ଟ୍ରପତିଙ୍କୁ ବାହାର କରିବା ପାଇଁ ବ୍ୟବସ୍ଥା ହୋଇଛି। ଆମେରିକା ରାଷ୍ଟ୍ରପତି ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବେ। ତାଙ୍କ ସୁରକ୍ଷା ପାଇଁ ହୋଟେଲର ପ୍ରତି ମହଲାରେ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ କରାଯାଇଥିବା ବେଳେ ବାଇଡେନଙ୍କ ଯିବାଆସିବା ପାଇଁ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଲିଫ୍ଟ ଲଗାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି୨୦ ସମ୍ମିଳନୀ ଆୟୋଜନ କରାଯାଇଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।

Exit mobile version