Site icon ଆଜିକାଲି

ବିଗିଡିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ସ୍ୱାସ୍ଥ୍ୟାବସ୍ଥା, ହସପିଟାଲରେ ଆଡମିଟ୍‌ ହେଲା ଗ୍ୟାଙ୍ଗଷ୍ଟର

ନୂଆଦିଲ୍ଲୀ : ପଞ୍ଜାବର ଭଟିଣ୍ଡର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଅସୁସ୍ଥ ହୋଇପଡିଛନ୍ତି । ଏଥିପାଇଁ ତାଙ୍କୁ ଫରିଦକୋଟର ଗୁରୁ ଗୋବିନ୍ଦ ସିଂ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଜଣ୍ଡିସ ହୋଇଥିବା ଅନୁମାନ କରାଯାଉଛି ବୋଲି ତାଙ୍କ ଓକିଲ କହିଛନ୍ତି ।

ତାଙ୍କ ଓକିଲ କହିଛନ୍ତି ଯେ, ଜୁଲାଇ ୪ ତାରିଖରୁ ଲରେନ୍ସ ଶ୍ରାବଣ ଉପବାସ କରିଥିଲେ । ଏହି ସମରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ତରନ୍ତ ଜେଲରୁ ହସପିଟାଲରେ ଆଡମିଟ୍‌ କରାଯାଇଥିଲା । ସ୍ପେଶାଲ ଓ୍ଵାର୍ଡରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି ଲରେନ୍ସ । ଏହାଛଡା ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ ଲରେନ୍ସ । ଔଷଧ ଖାଇବା ପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନଥିଲା । ପେଟରେ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଜଣ୍ଡିସ ହୋଇଥିବା ମଧ୍ୟ କୁହାଯାଉଛି । ଦେହ ଅଧିକ ଅସୁସ୍ଥ ହେବା କାରଣରୁ ଫରିଦକୋଟର ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଜେଲରୁ ହସପିଟାଲ ପର୍ଯ୍ୟନ୍ତ ରାସ୍ତା ନାକାବନ୍ଦୀ କରିଛି ପୋଲିସ ।

Exit mobile version