Site icon ଆଜିକାଲି

ଚୀନ୍ ବାରବେସ୍କୁ ରେସ୍ତୋରାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୩୧ ମୃତ ୭ରୁ ଅଧିକ ଆହତ

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ବିସ୍ଫୋରଣ । ଏକ ରେସ୍ତୋରାଁ ଏଲପିଜି ସିଲିଣ୍ଡର ଫାଟିବାରୁ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଉତ୍ତର-ପଶ୍ଚିମରେ ଥିବା ୟିନଚୁଆନ୍ ସହରରେ ଘଟିଛି । ଚୀନ୍ ସରକାରୀ ନ୍ୟୁଜ୍ ଏଜେନ୍ସି ଶିହ୍ନୁଆ ମୁତାବକ, ପ୍ରଥମେ ରେସ୍ତୋରାଁରେ ଏଲପିଜି ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇଥିଲା ପରେ ଟାଙ୍କିଟି ବିସ୍ଫୋରଣ କରିଥିଲା । ଏଥିରେ ୭ଜଣ ଆହତ ମଧ୍ୟ ହୋଇଛନ୍ତି ଏବଂ ଜଣଙ୍କର ଅବସ୍ଥା ଗମ୍ଭୀର ରହିଛି ।

ୟିନଚୁଆନ୍ ସହରରେ ଥିବା ଫୁୟାଙ୍ଗ୍ ବାରବେସ୍କୁ ରେସ୍ତୋରାଁରେ ବୁଧବାର ରାତି ପ୍ରାୟ ୯ଟା ବେଳେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଚୀନର ରାଜଧାନୀ ବିଜେିଂର ନିଞ୍ଜିଆ ପ୍ରାନ୍ତରେ ଡ୍ରାଗନ ବୋଟ୍ ଫେଷ୍ଟିଭାଲ ଚାଲିଛି । ମେଳା ବୁଲିବାକୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ସମ୍ପର୍କୀୟଙ୍କ ସହିତ ପାର୍ଟି କରୁଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଥିଲା ।

ରେସ୍ତୋରାଁରେ ବିସ୍ଫୋରଣ ପରେ ପ୍ରାୟ ଡର୍ଜନରୁ ଅଧିକ ଅଗ୍ନିଶମ ବାହୀନ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ । ସିଲିଣ୍ଡର ବ୍ଲାଷ୍ଟରେ ସମ୍ପୂର୍ଣ୍ଣ ରେସ୍ତୋରାଁ ଧ୍ବଂସ ହୋଇଯାଇଛି । ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ଇଣ୍ଡଷ୍ଟ୍ରିଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ।

Exit mobile version