Site icon ଆଜିକାଲି

ଗେହଲୋଟ୍, ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ସିଂହ, ଆଜି ସୋନିଆଙ୍କୁ ଭେଟିବେ


ନୂଆଦିଲ୍ଲୀ : କଂଗ୍ରେସର ସଭାପତି ପଦ ନେଇ ଛିଡ଼ୁନି ଅଙ୍କକଷା। ଏହି ଦୌଡ଼ରେ ଆଉ ଜଣେ ସାମିଲ । ଅଶୋକ ଗେହଲୋଟ୍ ଓ ଶଶି ଥରୁରଙ୍କ ପରେ ଦୌଡ଼ରେ ଏବେ ବରିଷ୍ଠ ନେତା ଦିଗବିଜୟ ସିଂହ ସାମିଲ ହେବା ସମ୍ଭାବନା ରହିଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ଦିଗବିଜୟ ସିଂହ ଦିଲ୍ଲୀ ଆସୁଛନ୍ତି । ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଯଦି ସେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ କଂଗ୍ରେସ ସଭାପତି ପଦ ପାଇଁ ତ୍ରିମୁଖୀ ଲଢେ଼ଇ ଦେଖିବାକୁ ମିଳିପାରେ ‌।

Exit mobile version