Site icon ଆଜିକାଲି

କର୍ଣ୍ଣାଟକରୁ ଜିଇଟିଏସଓ କମ୍ପାନୀର ମୁଖ୍ୟ ଗିରଫ

ଭୁବନେଶ୍ୱର : କର୍ଣ୍ଣାଟକରୁ ଜିଇଟିଏସଓ କମ୍ପାନୀର ମୁଖ୍ୟ ଗିରଫ । ଜିଇଟିଏସଓ କମ୍ପାନୀର ମୁଖ୍ୟ ଏନ. କ୍ରିଷ୍ଣା ନନ୍ଦଙ୍କୁ ଗିରଫ କଲା ଅର୍ଥନୈତିକ ଅବରୋଧ ଶାଖା (ଇଓଡବ୍ଲୁ) ।

ସୂଚନା ଯେ, ଲୋକଙ୍କୁ ପ୍ରତିଦିନ ୬ ପ୍ରତିଶତ ସୁଧ ଦେବା ଲୋଭ ଦେଖାଇ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିଲା । ଭୁବନେଶ୍ବର ନୟାପଲ୍ଲୀର ଦିବ୍ୟଜ୍ୟୋତି କରଙ୍କ ଅଭିଯୋଗକ୍ରମେ କ୍ରିଷ୍ଣା ନନ୍ଦଙ୍କୁ ଗିରଫ କରିଛି ଇଓଡବ୍ଲୁ । ଓଡିଶାରୁ ଶହେରୁ ଅଧିକ ଲୋକଙ୍କୁ ଏହି କମ୍ପାନୀ ଚୂନ ଲଗାଇଥିବା ଇଓଡବ୍ଲୁ ସୂଚନା ଦେଇଛି । ଓଡିଶାରୁ ପ୍ରାୟ ୨୬ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଯୋଗେ କମ୍ପାନୀ ମୁଖ୍ୟ କ୍ରିଷ୍ଣା ନନ୍ଦଙ୍କ ପାଖକୁ ଟ୍ରାନ୍ସଫର କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

Exit mobile version