Site icon ଆଜିକାଲି

ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ଗୁଲାମ ନବୀ ଆଜାଦ

ଶ୍ରୀନଗର : ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇବା ପରେ ଆଜି ଜମ୍ମୁରୁ ନିଜର ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିବେ । ଆଜାଦ ଆଜି ଜମ୍ମୁରେ ପ୍ରଥମ ରାଲି କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏ ସମ୍ପର୍କରେ ତାଙ୍କ ଜଣେ ଘନିଷ୍ଠ ସହଯୋଗୀ ସୂଚନା ଦେଇଛନ୍ତି । ଆଜି ସକାଳେ ସେ ଦିଲ୍ଲୀରୁ ଯାଇ ଜମ୍ମୁରେ ପହଞ୍ଚିବେ । ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ସେଠାରୁ ଏକ ଶୋଭାଯାତ୍ରାରେ ଆଜାଦଙ୍କୁ ସାଧାରଣ ସଭା ସ୍ଥଳ ସୈନିକ କଲୋନୀ ନିକଟକୁ ନିଆଯିବ ।

ଆଜାଦଙ୍କ ସ୍ବାଗତ ପାଇଁ ଜମ୍ମୁ ଏୟାରପୋର୍ଟ ସମେତ ସାତୱାରି ଚୌକ ଏବଂ ଜନସଭା ସ୍ଥଳ ରାସ୍ତାରେ ବହୁସଂଖ୍ୟକ ହୋର୍ଡିଂ ଏବଂ ବ୍ୟାନର ଲଗାଯାଇଛି । ସଭାସ୍ଥଳରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ବନ୍ଦୋବସ୍ତ ହୋଇଛି । ସମାଜର ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରୁଥିବା ଆଜାଦଙ୍କ ୩୦୦୦ରୁ ଊର୍ଦ୍ଧ୍ବ ସମର୍ଥକ ଆଜିର ଜନସଭାରେ ତାଙ୍କ ସହ ହାତ ମିଶାଇବାକୁ ଇଚ୍ଛା ପ୍ରକାଶ କରିଥିବା ପୂର୍ବତନ ମନ୍ତ୍ରୀ ଜିଏମ ସରୁରି କହିଛନ୍ତି ।

Exit mobile version