Site icon ଆଜିକାଲି

ଆଜି ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ, ନୂଆଦିଲ୍ଲୀରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ : ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟାଙ୍କ ଆଜି ହେବ ଶେଷକୃତ୍ୟ । ନୂଆଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତ ଶନିବାର ରାତିରେ ପ୍ରସିଦ୍ଧ ଲେଖିକା, ଗବେଷିକା, ସଂସ୍କୃତି ବିଶେଷଜ୍ଞ ଗୀତା ମେହେଟ୍ଟାଙ୍କର ପରଲୋକ ହୋଇଥିଲା ।

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ଶନିବାର ରାତିରେ ପରଲୋକ ହୋଇଥିଲା । ଦିଲ୍ଲୀ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଗତ ୩ ବର୍ଷ ତଳେ ତାଙ୍କ ସ୍ୱାମୀ ସୋନୀ ମେହେତାଙ୍କର ପରଲୋକ ହୋଇଥିଲା।ଗୀତା ମେହେତା ଗତ ୪ ବର୍ଷ ତଳେ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଚର୍ଚ୍ଚାରେ ରହିଥିଲେ। ରାଜନୈତିକ ଦୃଷ୍ଟି କୋଣରୁ ସେ ପୁରସ୍କାର ଫେରାଇ ଦେଇଥିଲେ ବୋଲି କହିଥିଲେ। ଗୀତା ମେହେଟ୍ଟାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଥିଲା ।

Exit mobile version