Site icon ଆଜିକାଲି

ମୋଦୀଙ୍କ ଜନ୍ମ ଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି

ନୂଆଦିଲ୍ଳୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନ ମନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ ପକ୍ଷରୁ ୧୭ ସେପ୍ଟେମ୍ବରରେ ନବଜାତ ଶିଶୁମାନଙ୍କୁ ସୁନା ରିଙ୍ଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୭୨୦ କିଲୋଗ୍ରାମ ମାଛ ବଣ୍ଟନ ମଧ୍ୟ ସାମିଲ୍‌ ହୋଇଛି।

ଏନେଇ ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍ କହିଛନ୍ତି କି, ଆମେ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ୍ ହସ୍ପିଟାଲକୁ ଚୟନ କରିଛୁ । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ଦିଆଯିବ। ସେହିପରି ପ୍ରତ୍ୟେକ ମୁଦି ପ୍ରାୟ ୨ ଗ୍ରାମ ସୁନା ହେବ। ଯାହାର ମୂଲ୍ୟ ୫୦୦୦ ଟଙ୍କା ହୋଇପାରେ। ଏହା ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ। ସେହିପରି ୭୨୦ କିଲୋଗ୍ରାମ ମାଛ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀକୁ ଚୟନ କରାଯାଇଛି । ଆମେ ଜାଣୁ ପିଏମ୍‌ ମୋଦି ଶାକାହାରୀ । ବାସ୍ତବରେ ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଛନ୍ତି। ତେଣୁ ୭୨୦ ସଂଖ୍ୟାକୁ ଚୟନ କରାଯାଇଛି।

Exit mobile version