Site icon ଆଜିକାଲି

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ରାମଲାଲାଙ୍କ ଦର୍ଶନ ପାଇଁ ଆଉ ଘଣ୍ଟାଏ ବଢିଲା ସମୟ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସମସ୍ତେ ଭଗବାନଙ୍କ ଝଲକ ଦେଖିବା ପାଇଁ ବ୍ୟସ୍ତ ହୋଇପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ଦର୍ଶନ ସମୟ ୧ ଘଣ୍ଟା ବଢାଇ ଦିଆଯାଇଛି । ପ୍ରତିଦିନ ଭକ୍ତ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରୁଥିଲେ । ହେଲେ ଏବେ ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରିବେ ।

ଅଯୋଧ୍ୟା ରାମ ମନ୍ଦିର ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ରାମଭକ୍ତଙ୍କ ପାଇଁ ବହୁତ ସହଜ ହୋଇଛି । ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ରାମମନ୍ଦିର ନିକଟକୁ ଗାଡି ନେଇପାରିବେ । ଗାଡି ରଖିବା ସ୍ଥାନରୁ ଇ-ବସ୍‌ କିମ୍ବା ଇ- ରିକ୍ସା ଜରିଆରେ ଭକ୍ତ ମନ୍ଦିର ପର୍ଯ୍ୟନ୍ତ ଯାଇପାରିବେ ।

ରାମଲାଲାଙ୍କ ଦର୍ଶନ ପାଇଁ ନୂଆ ସମୟ : ମଙ୍ଗଳ ଆରତି – ୪.୩୦ ସକାଳ, ଶୃଙ୍ଗାର ଆରତି – ୬.୩୦, ଭକ୍ତଙ୍କ ଦର୍ଶନ – ସକାଳ ୭, ଭୋଗ ଆରତି – ୧୨ଟା, ସନ୍ଧ୍ୟା ଆରତି – ୭.୩୦ ମିନିଟ, ରାତି ଭୋଗ – ୯ଟା ଓ ଶୟନ ଆରତି – ରାତି ୧୦ ।

Exit mobile version