Site icon ଆଜିକାଲି

ଇଂଲଣ୍ଡ ପାଇଁ ଗୁଡ୍‌ ନ୍ୟୁଜ୍‌, ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଫିଟ୍‌ ହେଲେ ବେନ୍‌ ଷ୍ଟୋକ୍ସ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଫିଟ୍‌ ହେଲେ ଷ୍ଟାର୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଫିଟ୍‌ । ଯାହାକି ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡ ଦଳକୁ ଆଶ୍ୱସ୍ତ କରିଛି । ଆହତ ସମସ୍ୟା ପାଇଁ ସେ ଦଳର ପ୍ରଥମ ୩ଟି ମ୍ୟାଚ୍‌ ଖେଳି ନଥିଲେ । ଷ୍ଟୋକ୍ସ ଦୀର୍ଘ ସମୟ ଧରି ବ୍ୟାଟିଂ ଓ ବୋଲିଂ ଅଭ୍ୟାସ୍‌ କରିଥିବାବେଳେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରି ଦେଇଛନ୍ତି ।

ତେବେ ଷ୍ଟୋକ୍ସ କହିଛନ୍ତି ଯେ, ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଆହତ ହେବା ନୈରାଶ୍ୟଜନକ । ପ୍ରତ୍ୟାବର୍ତ୍ତନ ପାଇଁ ମୁଁ କଠିନ ପରିଶ୍ରମ କରିଛି । ଏବେ ସମ୍ପୂର୍ଣ୍ଣ ଫିଟ୍‌ ଅଛି ଏବଂ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ରହିଛି । ଆମ ଦଳର ପ୍ରତି ଖେଳାଳି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ଦଳର ଆବଶ୍ୟକତା ପୂରଣ ପାଇଁ ଶତପ୍ରତିଶତ ଦେବାକୁ ଲକ୍ଷ୍ୟ ରଖିଛି ।

Exit mobile version