Site icon ଆଜିକାଲି

ଯାତ୍ରୀଙ୍କ ପାଇଁ ଖୁସି ଖବର, ହୋଲି ପାଇଁ ଗଡ଼ିବ ୫ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚ ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେସନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି ।

ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି। ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟ୍ ର ଲମ୍ବା ଅପେକ୍ଷା ତାଲିକା ଦେଖିବାକୁ ମିଳୁଛି । ଭାରତୀୟ ରେଳବାଇର ଯାତ୍ରୀ ପ୍ରୋଫାଇଲ୍ ମ୍ୟାନେଜମେଣ୍ଟ ୟୁନିଟ୍ ଯାତ୍ରୀଙ୍କ ଅସୁବିଧାକୁ ମୁକ୍ତ କରିବା ପାଇଁ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଉପରେ ନଜର ରଖିଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି ।

FacebookTwitterLinkedinWhatsapp
Exit mobile version