Site icon ଆଜିକାଲି

ନୂଆ ବର୍ଷ ପୂର୍ବରୁ ସରକାରଙ୍କ ଭେଟି! ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ଏଲପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ ସିଲିଣ୍ଡର । ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏଲପିଜି କମର୍ସିଆଲ୍ ସିଲିଣ୍ଡଲର ଦର ହ୍ରାସ ପରେ ହୋଟେଲ୍, ରେସ୍ତୋରାଁ ଆଦି ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ । ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ଦର ଥିଲା ୧୭୯୬.୫୦ ଟଙ୍କା ଏବଂ ମୁମ୍ବାଇରେ ୧୭୪୯ ଟଙ୍କାରେ ମିଳୁଥିଲା । ସେହିପରି ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ରହିଥିଲା । ଏବେ ୩୯.୫୦ ଟଙ୍କା ଦର ହ୍ରାସ ହେଲା ପରେ କୋଲକତା ନୂଆ ୧୮୬୯ ଟଙ୍କା ହୋଇଛି। ସେହିପରି ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବାଇରେ ୧୭୧୦ ଟଙ୍କାରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ମିଳିବ ।

ଗତ କିଛି ମାସ ହେଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମରେ ହ୍ରାସ ଓ ବୃଦ୍ଧି ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଡିସେମ୍ବର ପହିଲାରେ ୧୯ କିମୋଗ୍ରାମ୍ ଏଲପିଜି ସିଲିଣ୍ଡର ଦାମ ପରିବର୍ତ୍ତନ ହୋଇଥିଲା । ସେହିପରି ୧୬ ନଭେମ୍ବରରେ ୫୭ ଟଙ୍କା ଶସ୍ତା ହୋଇଥିଲା । ତେବେ ଗତ ଅଗଷ୍ଟ ମାସ ପରେ ଘରୋଇ ଗ୍ୟାସ ସିଲିଣ଼୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Exit mobile version