Site icon ଆଜିକାଲି

ପ୍ରତିଷ୍ଠିତ ପଦବୀରେ ଆଉ ଜଣେ ଓଡ଼ିଆ: ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ନୂଆ ଅଧ୍ୟକ୍ଷ

ଭୁବନେଶ୍ବର: ଦେଶର ବୃହତ୍ତମ ବୀମା କମ୍ପାନୀ ଏଲଆଇସିର ନୂଆ ଅଧ୍ୟକ୍ଷ ଜଣେ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି । ସେ ହେଉଛନ୍ତି ସିଦ୍ଧାର୍ଥ ମହାନ୍ତି । ତାଙ୍କୁ ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସିଦ୍ଧାର୍ଥ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକା​ଳ ରହିବ ।

ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ – ଏଫଏସ ଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ସିଦ୍ଧାର୍ଥ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ।

୧୯୮୫ରେ ଏଲଆଇସିରେ ଯୋଗ ଦେଇଥିଲେ ସିଦ୍ଧାର୍ଥ ମହାନ୍ତି । ୨୦୨୧ ଫେବ୍ରୁଆରିରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସିଦ୍ଧାର୍ଥ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ସହ ମଧ୍ୟ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।

Exit mobile version