Site icon ଆଜିକାଲି

କାଶ୍ମୀରରେ ଆତଙ୍କବାଦୀ ବ୍ୟବହାର କରୁଥିବା ୧୪ ମେସେଞ୍ଜର ଆପକୁ ବ୍ଲକ୍ କଲେ ସରକାର

ଶ୍ରୀନଗର: ମୋବାଇଲ ଆପକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସିର ସୁପାରିଶ ପରେ କେନ୍ଦ୍ର ସରକାର ଦେଶରେ ୧୪ ମେସେଞ୍ଜର ଆପକୁ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁ୍ାୟୀ, ଏହି ମେସେଞ୍ଜର ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସିକ୍ରେଟ ମେସେଜ ପଠାଉଥିଲେ । ଆତଙ୍କବାଦୀ ଏହି ଆପ୍ସର ବ୍ୟବହାର କାଶ୍ମୀରରେ ନିଜର ସପୋଟର୍ସ ଏବଂ ଅନ ଗ୍ରାଉଣ୍ଡ ୱାକର୍ସ ସହିତ କମ୍ୟୁନିକେଟ କରିବା ପାଇଁ କରୁଥିଲେ ।

ଏହି ଆପ୍ସରେ କ୍ରିପଭାଇଜର, ଏନଂଜିମା, ସେଫସ୍ୱିସ, ୱିକରମେ, ମିଡିଆଫାୟର, ବ୍ରାୟର, ବିଚାଟ, ନନ୍ଦବକ୍ସ, କୋନିୟନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗୀ, ଥ୍ରେମା ପରି ଆପ୍ସ ଅନ୍ତର୍ଭୁକ୍ତ ଅଛନ୍ତି । ଗୁପ୍ତ ସୂଚନା ଅନ୍ୟୁାୟୀ, ଜାମ୍ମୁ-କାଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଦ୍ୱାରା କୋଡେଡ୍ ମେସେଜ ପଠାଉଥିଲେ ।

Exit mobile version