Site icon ଆଜିକାଲି

ସାଇବର ଅପରାଧ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ବନ୍ଦ ହେଲା ୭୦ ଲକ୍ଷ ଫୋନ୍ ନମ୍ବର

ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ମାମଲା ଲଗାତାର ବଢ଼ି ଚାଲିଛି । ଆର୍ଥିକ ସାଇବର ଅପରାଧକୁ ରୋକିବା ପାଇଁ ମଙ୍ଗଳବାର ହୋଇଥିବା ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି।

ସାଇବର ଅପରାଧକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ୭୦ ଲକ୍ଷ ସନ୍ଦିଗ୍ଧ ଫୋନ୍ ନମ୍ବରକୁ ବ୍ଲକ କରାଯାଇଥିବା ସୂଚନା ଦେଇଛି ଟେଲିକମ୍ ବିଭାଗ । ଏପର୍ଯ୍ୟନ୍ତ ୧.୨୮ ଲକ୍ଷ IMEI ନମ୍ବର ମଧ୍ୟ ବ୍ଲକ୍ ହୋଇଛି। ୨୦୨୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩.୫ ଲକ୍ଷ ଲୋକଙ୍କୁ ୯୦୦ କୋଟି ଅନଲାଇନ୍ ଠକେଇରୁ ରକ୍ଷା କରାଯାଇଛି ।

ଚଳିତ ବର୍ଷ ଏପର୍ଯ୍ୟନ୍ତ ୬୦୦ କୋଟି ଟଙ୍କା ଅନଲାଇନ୍ ଠକେଇ ରୋକାଯାଇଛି । ଆସନ୍ତା ଜାନୁଆରୀ ମଧ୍ୟଭାଗରେ ସାଇବର ଆର୍ଥିକ ଠକେଇ ସମ୍ପର୍କରେ ପେମେଣ୍ଟ ଏଗ୍ରିଗେଟରଙ୍କ ସହ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ।

ସାଇବର ଠକେଇ ରୋକିବା ପାଇଁ ସମସ୍ତ ସରକାରୀ ବ୍ୟାଙ୍କରେ ନୋଡାଲ ଅଧିକାରୀ ନିୟୋଜିତ ହେବେ ଓ
ସମସ୍ତ ଏଜେନ୍ସି ପୂର୍ବାପେକ୍ଷା ଏକାଠି କାମ କରିବେ |

ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଅଧିକାରୀ, ଷ୍ଟେଟ୍ ବ୍ୟାଙ୍କ ଏମଡି, ବ୍ୟାଙ୍କ ଅଫ୍ ବରୋଦା ଏମଡି ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଆର୍ଥିକ ସାଇବର ସୁରକ୍ଷା ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଥିଲା।

Exit mobile version