Site icon ଆଜିକାଲି

କାଲି ବାରବାଟୀରେ ହକି ବିଶ୍ୱକପର ଭବ୍ୟ ଉଦଘାଟନୀ ଉତ୍ସବ

କଟକ : ଆସନ୍ତା ୧୩ ରୁ ଆରମ୍ଭ ହେବ ହକି ବିଶ୍ୱକପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଉଦଘାଟନୀ ସମାରୋହ । ଭବ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ ରଣବୀର ସିଂ ଓ ଦିଶା ପଟାନୀ । ସେମାନଙ୍କ ସହ ଯୋଗ ଦେବେ ଶତାଧିକ କଳାକାର।

ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଉପସ୍ଥିତ ଦର୍ଶକ । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଂଚ କରାଯାଇଛି । ଉଦଘାଟନୀ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବାପାଇଁ ୪୦ ଜଣ ଡିଏସପି ସ୍ତରୀୟ ଅଧିକାରୀ , ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ ୩୦୦ ଜଣ ଏସଆଇଙ୍କ ସହିତ ୩୦୦ରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ ।

Exit mobile version