Site icon ଆଜିକାଲି

ଚାକିରି ପ୍ରଲୋଭନ ଦେଖାଇ ଭାରତୀୟଙ୍କୁ ଋଷ୍-ୟୁକ୍ରେନ୍ ପଠାଉଥିଲା ଏହି ଗ୍ରୁପ୍, ଖୁଲାସା କଲା ସିବିଆଇ

ନୂଆଦିଲ୍ଲୀ : ମାନବ ଚାଲାଣ ରାକେଟର ପର୍ଦ୍ଦାଫାଶ୍ କରିଛି ସିବିଆଇ । ଦିଲ୍ଲୀ. ମୁମ୍ବାଇ, ଚଣ୍ଡୀଗଡ ସମେତ ୧୩ଟି ସ୍ଥାନରେ ରେଡ୍ କରି ୫୦ ଲକ୍ଷରୁ ଅଧିକ ଟଙ୍କା ସହ ଅନେକ ଡିଜିଟାଲ ଉପକରଣ, ଲାପଟପ୍, ସିସିଟିଭି ଫୁଟେଜ୍ ଜବତ କରିଛି । ଯାଞ୍ଚ ପରେ ଜଣାପଡିଛି କି ଏଥିରେ ସମ୍ପୃକ୍ତ ଥିବା ଠକମାନେ ସାଧାରଣ ନାଗରିକଙ୍କୁ ଚାକିରି ଦେବା ନାଁରେ ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୫ ଭାରତୀୟଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଛି । ବିଦେଶରେ ଚାକିରି କରାଇଦେବା ନାଁରେ ଏମାନେ ଟଙ୍କା ଲୁଟୁଥିଲେ । ପ୍ରତି ଭାରତୀୟଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଲେଖାଏଁ ଠକିନେଇଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି । ତେବେ ଏଥିରେ ସାମିଲ କିଛି ଠକଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା ଚାଲିଛି ।

ନିକଟରେ ହାଇଦ୍ରାବାଦର ଜଣେ ବ୍ୟକ୍ତି ଚାକିରି ପାଇଁ ରୁଷ  ଯାଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଚାକିରିର ବାହାନା କରି ରୁଷକୁ ଡକାଯାଇଥିଲା । ଏହାପରେ ତାଙ୍କୁ ରୁଷର ଏକ ଘରୋଇ ସେନାରେ ନିଯୁକ୍ତ କରାଯାଇଥିଲା ।  ତା’ପରେ ସେ ୟୁକ୍ରୋନ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ । ଏହିଭଳି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ।

Exit mobile version