Site icon ଆଜିକାଲି

ବଢୁଛି ଟନେଲ ରେସକ୍ୟୁ ଚ୍ୟାଲେଞ୍ଜ : ଏବେ ‘ରାଟ୍ ହୋଲ୍’ ମାଇନର ଖନନ ଆରମ୍ଭ

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ୍ ଦୁର୍ଘଟଣାକୁ ୧୭ ଦିନ ହେଲାଣି । ଦିନ ବିତିବା ସହ ରେସକ୍ୟୁ ଚ୍ୟାଲେଞ୍ଜ ବଢୁଛି । ଟନେଲ ଭିତରୁ ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ମାନୁଆଲ୍ ଡ୍ରିଲିଂ । ରାଟ ହୋଲ୍ ମାଇନିଂ ମେଥଡରେ ଖନନ କାମ ଆଗେଇଛି । ଏଥିରେ ସାମିଲ ହୋଇଛନ୍ତି ୬ ଜଣ ରାଟ୍ ହୋଲ୍ ମାଇନର । ସେମାନେ ଉତ୍ତରପ୍ରଦେଶ ଝାନସୀରୁ ଆସିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଟ୍ ହୋଲ୍ ମାଇନର ପ୍ରାୟ ୨ ମିଟର ମାନୁଆଲ୍ ଖୋଳିଲେନି । ପାଇପ୍ ପ୍ରବେଶ କରାଇବା କାମରେ ନିୟୋଜିତ ହୋଇଛି ଅଗର ମେସିନ । ରାଟ୍ ହୋଲ ମାଇନରମାନେ ମୂଷା ଭଳି ଗାତ ଖୋଳି ଆଗକୁ ବଢ଼ିବାରେ ଧୁରନ୍ଧର। ଅଳ୍ପ ଜାଗାରେ ସେମାନେ ଖନନ କରିପାରିବେ । କୋଇଲା ଉତ୍ତୋଳନର ଏକ ପୁରାତନ ପଦ୍ଧତି ହେଉଛି ରାଟ୍ ହୋଲ୍ ମାଇନିଂ ।

ବାରମ୍ବାର ଅଗର ମେସିନା ଭାଙ୍ଗିବା ଓ ଖନନ କାମ ବାଧାପ୍ରାପ୍ତ ହେବା ପରେ ସୁଡଙ୍ଗ ଭିତରେ ସମାନ୍ତରାଳ ମାନୁଆଲ୍ ଡ୍ରିଲିଂ ଚାଲିଛି । ଏହା ପୂର୍ବରୁ ସୁଡଙ୍ଗରେ ଭର୍ଟିକାଲ୍ ଡ୍ରିଲିଂ କରାଯାଇଥିଲା । ପାହାଡ ଉପରୁ ହୋଇଛି ଭୂଲମ୍ବ ଖନନ । ମୋଟ୍ ୫୦ ମିଟର ଖୋଳା ସରିଲାଣି ।ଗତକାଲି ରାତିରୁ ଆଉ କୌଣସି ବାଧା ଦେଖାଦେଇନି । ଆଉ ୫-୬ ମିଟର ଖୋଳିବାକୁ ହେବ ବୋଲି ମାଇକ୍ରୋ ଟନେଲିଂ ଏକ୍ସପର୍ଟ କ୍ରିସ୍ କୁପର । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୫ ସରକାରୀ ଏଜେନ୍ସୀ, ଦେଶ ଆଉ ବିଦେଶର ବିଶେଷଜ୍ଞ।

Exit mobile version