Site icon ଆଜିକାଲି

ପ୍ରଥମ ଦଳ ଭାବେ ଆଇପିଏଲ-୨୦୨୩ର ପ୍ଲେ ଅଫରେ ଗୁଜରାଟ୍, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ହାଇଦ୍ରାବାଦ

ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୬୨ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଟାଇଟନ୍ସ ୩୪ ରନରେ ପରାସ୍ତ କରିଛି। ଶୁଭମନ ଗିଲ୍‌ଙ୍କ ଶତକ ପରେ ମହମ୍ମଦ ଶାମି ଏବଂ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ବଳରେ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହ ଗୁଜରାଟ୍ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରେ ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ହାଇଦ୍ରାବାଦ ଦ୍ଵିତୀୟ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡ଼ିଛି।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ଟାଇଟନ୍ସ ଶୁଭମନ ଗିଲ୍‌ଙ୍କ ୧୦୧ ରନ ଏବଂ ସାଇ ସୁଦର୍ଶନଙ୍କ ୪୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୫୩ ରନ କରିଛି। ଦଳ ପକ୍ଷରୁ ଏକ ମାତ୍ର ବ୍ୟାଟର ଭାବେ ହେନରିଚ୍ କ୍ଲାସେନ ୬୪ ରନର ଇନିଂସ ଖେଳିଥିଲେ। ବୋଲିଂରେ ୫ ଓ୍ଵିକେଟ୍ ନେଇଥିବା ଭୁବନେଶ୍ଵର କୁମାର ବ୍ୟାଟିଂରେ ୨୭ ରନ କରିଥିଲେ। ଗୁଜରାଟ୍ ପକ୍ଷରୁ ମହମ୍ମଦ ଶାମି ଏବଂ ମୋହିତ ଶର୍ମା ୪ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି।

Exit mobile version