Site icon ଆଜିକାଲି

ଡିସେମ୍ବର ୧ରୁ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ, ୮ରେ ଫଳାଫଳ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ୧୮୨ ସିଟ୍ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସହିତ ଡିସେମ୍ବର ୮ ରେ ଗୁଜରାଟ ଫଳାଫଳ ମଧ୍ୟ ଘୋଷଣା କରାଯିବ।

ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ, ୧ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯିବ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟରେ ୫ ଡିସେମ୍ବର ଭୋଟ୍ ହେବ । ଗୁଜୁରାଟର ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ୪,୯୦,୮୯,୭୬୫ ଭୋଟର ପଞ୍ଜିକୃତ ହୋଇଛନ୍ତି । ମୋଟ ଭୋଟରଙ୍କ ମଧ୍ୟରୁ ୨,୫୩,୩୬,୬୧୦ ପୁରୁଷ ଓ ୨,୩୭,୫୧,୭୩୮ ମହିଳା ଭୋଟର ପଞ୍ଜିକୃତ ହୋଇଛନ୍ତି । ମୋଟ ୧୧,୬୨,୫୨୮ ନୂତନ ଭୋଟର ପଞ୍ଜିକୃତ ହୋଇଛନ୍ତି । ଯେତେବେଳେ କି ଏଥିରେ ୧୪୧୭ ଟ୍ରାନ୍ସଜେଣ୍ଡର ଭୋଟର ଅନ୍ତର୍ଭୁକ୍ତ ।

Exit mobile version