Site icon ଆଜିକାଲି

ଗୁଜରାଟ ନିର୍ବାଚନ : ଜିତିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଜାମନଗର ଉତ୍ତର ବିଧାନସଭା ଆସନରୁ କ୍ରିକେଟର୍ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା ଜାଡେଜା ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କର୍ଶନଭାଇ କର୍ମୁରଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରିଭାବା ୭୭,୬୩୦ ଭୋଟ୍ ପାଇଥିବାବେଳେ ଆପର କର୍ମୁରଙ୍କୁ ୩୧,୬୭୧ ଭୋଟ୍ ମିଳିଥିଲା । କଂଗ୍ରେସର ବିପେନ୍ଦ୍ରସିଂହ ଜାଡେଜା ୨୨,୧୮୦ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଥିଲେ |

ଜାମନଗର ଉତ୍ତର ଆସନରେ ରୋଚକ ପ୍ରତିଯୋଗିତା ହୋଇଥିଲା | ରବିନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କ ପାଇଁ ପ୍ରଚାର କରିଥିବାବେଳେ ତାଙ୍କ ଭଉଣୀ ନୟନବା ଜାଡେଜା କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏଥର ଗୁଜରାଟରେ ବିଜେପି ୧୫୦ରୁ ଊର୍ଦ୍ଧ୍ବ ଆସନରେ ଜିତି ଇତିହାସ ରଚିଛି ।

ଜାମନାଗର ଉତ୍ତର ବିଧାନସଭା ଆସନରେ ସର୍ବଦା ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହୁଏ। କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ମଧ୍ୟ ମଇଦାନକୁ ଓହ୍ଲାଇଥିଲା । ପଞ୍ଜାବ ନିର୍ବାଚନ ସଫଳତାକୁ ଗୁଜରାଟରେ ଦୋହରାଇବାକୁ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରଚାର କରିଥିଲା । କିନ୍ତୁ ଦଳକୁ ନିରାଶ ହେବାକୁ ପଡ଼ିଛି । ମଜାର ବିଷୟ ହେଉଛି ଜାମନାଗର ଉତ୍ତର ଆସନରେ କଂଗ୍ରେସ ପ୍ରାର୍ଥୀ ପାଇଁ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ ପ୍ରଚାର କରିଥିଲେ। ସୂଚନାଯୋଗ୍ୟ ଯେ ବିଜେପି ଏହି ଆସନରୁ ବିଧାୟକ ଥିବା ଧର୍ମେନ୍ଦ୍ରସିଂହ ଜାଡେଜାଙ୍କୁ ଟିକେଟ୍ ନ ଦେଇ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଥିଲା ।

Exit mobile version