Site icon ଆଜିକାଲି

ଭୂକମ୍ପରେ ଦୋହଲିଲା ଗୁଜରାଟ, ତୀବ୍ରତା ୪.୦ ରେକର୍ଡ

ନୂଆଦିଲ୍ଲୀ : ଗୁଜରାଟର କଚ୍ଛରେ ରବିବାର ଅପରାହ୍ନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମପାଯାଇଛି । କେତେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ୨୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା ।

ଭୂମିକମ୍ପ ଝଟ୍‌କା ଅନୁଭବ ହେବା କ୍ଷଣି ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ । ଯଦିଓ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଅପରାହ୍ନ ୪ଟା ୪୫ରେ ଭୂମିକମ୍ପ ଆସିଥିଲା । କଚ୍ଛର ଜିଲ୍ଲାପାଳ ଅମିତ୍‌ ଅରୋରା କହିଛନ୍ତି, ଭୂମିକମ୍ପରେ ଧନଜୀବନ ହାନିର କୌଣସି ଖବର ନାହିଁ । ଏହି ଜିଲ୍ଲା ଅଧିକ ବିପଦପୂର୍ଣ୍ଣ ଭୂକମ୍ପ ଅଞ୍ଚଳରେ ଅବସ୍ଥିତ । ଏଠାରେ କମ୍‌ ତୀବ୍ରତାର ଝଟ୍‌କା ନିୟମିତ ରୂପେ ଆସିଥାଏ ।

Exit mobile version