Site icon ଆଜିକାଲି

ଆଇପିଏଲ୍ ଉଦଘାଟନୀ ମ୍ୟାଚ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଗୁଜରାଟ୍, ହାରିଲା ଚେନ୍ନାଇ

ଅହମ୍ମଦାବାଦ: ଆରମ୍ଭ ହେଲା ଦୁନିଆର ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍। ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୩ର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ରାଇଟନ୍ସ ଏବଂ ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଗତ ସଂସ୍କରଣର ବିଜୟ ଯାତ୍ରାକୁ ଜାରି ରଖିଛି ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ।

ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ର ଉଦଘାଟନୀ ରୋମାଞ୍ଚକର ମ୍ୟାଚ୍‌ରେ ଆକର୍ଷଣୀୟ ବିଜୟ ଲାଭ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଟ। ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଗୁଜରାଟ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଋତୁରାଜ ଗାଏକଓ୍ଵାଡଙ୍କ ୯୨ ରନର ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲା। ଜବାବରେ ଶୁବମାନ ଗିଲ୍‌ଙ୍କ ୬୩ ରନ ଦମରେ ଗୁଜରାଟ ଟାଇଟନ୍ସ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।ରଶିଦ ଖାନ ୧୦ ରନ ଏବଂ ରାହୁଲ ତେଓ୍ଵତିଆ ୧୫ ରନରେ ଅପରାଜିତ ଥିଲେ। ଅନ୍ୟପଟେ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ।

Exit mobile version