Site icon ଆଜିକାଲି

ନେଦରଲାଣ୍ଡସ୍ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା !


ସିଡନୀ : ଆସନ୍ତା ୨୭ ତାରିଖରେ ନେଦରଲାଣ୍ଡସ୍ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ ଭାରତ । ଏକ ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇବା ପରେ ଭାରତୀୟ ଖେଳାଳିମାନେ ଏବେ ନେଦରଲାଣ୍ଡସ୍ ବିପକ୍ଷ ମ୍ୟାଚ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ନେଟ୍ ସେସନ୍ ସମୟରେ ଦ୍ରୁତ ବୋଲିଂ ଆକ୍ରମଣ ବିରୋଧରେ କେ.ଏଲ୍ ରାହୁଲଙ୍କ ଫୁଟଓ୍ବାର୍କ ଅଭାବ ଉପରେ ସପୋର୍ଟ ଷ୍ଟାଫ୍ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ବଲ୍ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଥକାପଣରୁ ମୁକ୍ତି ପାଇଁ ବିଶ୍ରାମ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ଦଳ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରେ। ତାଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ଖେଳାଇବା ପାଇଁ ଭାରତ ପାଖରେ ଏକ ବିକଳ୍ପ ଅଛି, ଯିଏ ଅଫ୍ ସ୍ପିନ୍ ବୋଲିଂ ବ୍ୟତୀତ ଯେକୌଣସି କ୍ରମରେ ବ୍ୟାଟିଂ ମଧ୍ୟ କରିପାରନ୍ତି |

ଅଭ୍ୟାସ ସେସନରେ ଆର୍ ଅଶ୍ୱିନଙ୍କ ବ୍ୟତୀତ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା। ପାଖାପାଖି ୧୪୦ କିଲୋମିଟର ବେଗରେ ୪ ଓଭର ବୋଲିଂ କରିବା ପରେ ପାଣ୍ଡ୍ୟା ମଧ୍ୟ ପାକିସ୍ତାନ ବିପକ୍ଷରେ ଦୀର୍ଘ ସମୟ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆରେ ଗ୍ରାଉଣ୍ଡ ଗୁଡ଼ିକ ବହୁତ ବଡ଼ | ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କୁ ଚୌକା, ଛକା ପରିବର୍ତ୍ତେ ଅଧିକ ସିଙ୍ଗଲ୍ସ, ଡବଲ୍ସ ରନ୍ ଉପରେ ନିର୍ଭର କରିବାକୁ ପଡିଥାଏ। ଭାରତୀୟ ଇନିଂସରେ ପାଣ୍ଡ୍ୟା ମଧ୍ୟ ମାଂସପେଶୀ ସମସ୍ୟା ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ନେଟ୍ ସେସନ୍ ବେଳେ ଯେତେବେଳେ ପାଣ୍ଡ୍ୟାଙ୍କୁ ତାଙ୍କର ମାଂସପେଶୀ ଟାଣି ହୋଇଯାଇଛି କି ବୋଲି ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ, ‘ନା, ମୁଁ ଏଭଳି ହୋଇଥିବ ବୋଲି ଭାବୁନାହିଁ। ଏହାର କାରଣ ହୋଇପାରେ ଯେ ମୁଁ ପୂର୍ବରୁ ଟି୨୦ ରେ ଏତେ ରନ୍ ଦୌଡ଼ି ନେଇ ନଥିଲି |

ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥାଇପାରେ, କିନ୍ତୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ୨ ଘଣ୍ଟାର ନେଟ୍ ସେସନ୍ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ରାହୁଲ, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ, ଦୀପକ ହୁଡାଙ୍କ ଝାଳ ବୁହାଇଥିଲେ। ରାହୁଲଙ୍କ ବିରୋଧରେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ ସେ ବଡ଼ ମ୍ୟାଚ୍‌ରେ ଫେଲ୍ ମାରୁଛନ୍ତି। ସେ ପାକିସ୍ତାନ ବିପକ୍ଷ ଗତ ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ରନ୍ କରିବାରେ ବିଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଭଲ ପ୍ରଦର୍ଶନ କରିଥିବା ରାହୁଲ ମେଲବୋର୍ଣ୍ଣରେ ପାକିସ୍ତାନ ବିପକ୍ଷର ମ୍ୟାଚରେ ନର୍ଭସ୍ ଦେଖାଯାଉଥିଲେ ।

Exit mobile version