Site icon ଆଜିକାଲି

ହାତ୍ରାସ୍‌ ଦଳାଚକଟା ଘଟଣା: ଫରେନସିକ୍ ଟିମ୍ ତଦନ୍ତ ଆରମ୍ଭ

ଲକ୍ଷ୍ନୌ : କେମିତି ଓ କେଉଁ ପରିସ୍ଥିତିରେ ଉତ୍ତରପ୍ରଦେଶ ହାତ୍ରାସ ଦଳଚକଟା ଘଟଣା ଘଟିଲା। ଏଥିପାଇଁ ଦାୟୀ କିଏ ? ଆରମ୍ଭ ହୋଇଛି ତଦନ୍ତ। ଆଜି ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି।

ଉତ୍ତରପ୍ରଦେଶ ମଇନପୁରୀ ଜିଲ୍ଲାର ରାମକୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ତଦନ୍ତ ହେଉଛି। ରାତିତମାମ ପୁଲିସ୍ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ସୂଚନା ଅନୁସାରେ ଉତ୍ତର ପ୍ରଦେଶ (ୟୁପି)ର ହାତ୍ରାସ ଜିଲାରେ ମଙ୍ଗଳବାର ଏକ ସତସଙ୍ଗ (ପ୍ରାର୍ଥନା ସଭା) ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦଳାଚକଟା ଘଟି ୧୧୬ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଆହତଙ୍କୁ ହାତ୍ରାସ ଓ ନିକଟସ୍ଥ ଇଟାହ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଆୟୋଜକଙ୍କ ତ୍ରୁଟି ଦାୟୀ ବୋଲି କୁହାଯାଉଛି।

Exit mobile version