Site icon ଆଜିକାଲି

ବିସିସିଆଇ ସମ୍ବିଧାନରେ ପରିବର୍ତନର ଅନୁମତି ମାଗିବା ଆବେଦନ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ : ବିସିସିଆଇର ସମ୍ବିଧାନରେ ପରିବର୍ତ୍ତନର ଅନୁମତି ଦାବି ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ମଧ୍ୟ ଶୁଣାଣି ଜାରି ରହିବ । ମଙ୍ଗଳବାର ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ବେଞ୍ଚ ଏମିକସ କ୍ୟୁରୀ ମନିନ୍ଦର ସିଂହ ସହିତ ପରାମର୍ଶ ଉପରେ ସଂକ୍ଷିପ୍ତ ନୋଟ୍ ଦେବାର ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ୨୧ ଜୁଲାଇକୁ ବିସିସିଆଇ ଏବଂ ରାଜ୍ୟ କ୍ରିକେଟ ସଂଘ ସହିତ ଯୋଡ଼ିଥିବା ମାମଲାରେ ସୁପ୍ରିମ କୋର୍ଟ ବରିଷ୍ଠ ଓକିଲ ମନିନ୍ଦର ସିଂହଙ୍କୁ ଏମିକସ କ୍ୟୁରି ନିଯୁକ୍ତ କରିଥିଲେ, ଏବେ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିଥିବା ପିଏସ୍ ନରସିହ୍ମା ଏବେ ସୁପ୍ରିମ କୋର୍ଟର ଜଜ୍ ହୋଇଛନ୍ତି । ବିସିସିଆଇ ନିଜ ସମ୍ବିଧାନରେ କିଛି ପରିବର୍ତନର ଅନୁମତି ମାଗିଛି । ଯଦି କୋର୍ଟ ତାକୁ ମାନିନେବ ତେବେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ଆଗକୁ ବଢ଼ାଯାଇ ପାରେ ।

Exit mobile version