Site icon ଆଜିକାଲି

ବେଙ୍ଗାଲୁରୁରେ ପୁଣି ପ୍ରବଳ ବର୍ଷା, ରାସ୍ତାଘାଟ ଜଳମଗ୍ନ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ପୁଣି ପ୍ରବଳ ବର୍ଷା । ରାସ୍ତାଘାଟ ଜଳମଗ୍ନ ହେବ ସହ ବନ୍ୟା ପରିସ୍ଥିତି ଉପୁଜୁଛି । ଅନେକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିଥିବାର ଦେଖାଯାଇଛି।

ସେପଟେ ପାଣିପାଗ ଆସନ୍ତା ୫ ଦିନ ପାଇଁ ୟୋଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛନ୍ତି। ଫଳରେ ବେଙ୍ଗାଲୁରୁରେ ଦୀପାବଳି ଧୋଇଯିବା ନେଇ ଆଶଙ୍କା କରାଯାଉଛି। ବେଙ୍ଗାଲୁରୁ ବ୍ୟତୀତ କର୍ଣ୍ଣାଟକର ଅନେକ ଭାଗରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ସପ୍ତାହରେ ବେଙ୍ଗାଲୁରୁରେ ବର୍ଷାର ପୁରୁଣା ରେକର୍ଡ ଭାଙ୍ଗିଛି। ଗତ ସପ୍ତାହରେ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ୧୩ ଲୋକଙ୍କ ଜୀବନ ଯାଇଥିଲା।

Exit mobile version