Site icon ଆଜିକାଲି

ସିକ୍କିମରେ ପ୍ରବଳ ବର୍ଷା : ୬ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମ: ସିକ୍କିମରେ ପ୍ରବଳ ବର୍ଷା ଯୋଗୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ୧୫୦୦ ପର୍ଯ୍ୟଟକ ଫସି ରହିଥିବା ସୂଚନା ମିଳିଛି। ଏଠାରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ପରିସ୍ଥିତି ଖରାପ ରହିଛି। ପାହାଡିଆ ଅଞ୍ଚଳରେ ପାଣି ଅଧିକ ହେଲେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା କାରଣରୁ ଉତ୍ତର ସିକ୍କିମ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଅନେକ ହ୍ରଦ ଉପରେ ସାଟେଲାଇଟ ଜରିଆରେ ନଜର ରଖାଯାଇଛି।

Exit mobile version