Site icon ଆଜିକାଲି

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର

ନୂଆଦିଲ୍ଲୀ : ପୁଣେ ଜିଲ୍ଲାର ପୌଡ ନିକଟରେ ଗ୍ଲୋବାଲ ହେକ୍ଟ୍ରାର ଏକ ହେଲିକପ୍ଟର ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାର ବୈଷୟିକ କାରଣ ଜଣାପଡ଼ିନାହିଁ। ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ସମୟରେ ଏହି ଘଟଣା ଘଟିଥିଲା।

ଏଡବ୍ଲ୍ୟୁ ୧୩୯ ନାମକ ଏହି ହେଲିକପ୍ଟରଟି ମୁମ୍ବାଇରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଏବଂ ପ୍ରତିକୂଳ ପାଣିପାଗ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେହି ୪ ଜଣ ହେଉଛନ୍ତି କ୍ୟାପଟେନ୍ ଆନନ୍ଦ, ଧୀର ଭାଟିଆ, ଅମରଦୀପ ସିଂ ଏବଂ ଏସପି ରାମ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Exit mobile version