Site icon ଆଜିକାଲି

ଇଡି ସମନ୍ ନେଇ ବିଜେପିକୁ ଟାର୍ଗେଟ କଲେ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହାଜର ହେବା ନେଇ ସସପେନ୍ସ ଜାରି ରହିଛି। ସମନ ସତ୍ତ୍ୱେ ସୋରେନ ଇଡି ଆଗରେ ଆଜି ହାଜର ହେବେ ନାହିଁ ବରଂ ଆଉ କିଛି ସମୟ ମାଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ହେମନ୍ତ ସୋରେନ ତାଙ୍କୁ ଇଡି ସମନ୍ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ବିଜେପିକୁ ଆକ୍ରମଣ କରିଛନ୍ତି । ସୋରେନ ଟ୍ୱିଟ୍ କରି କହିଛନ୍ତି ବିରୋଧୀଙ୍କ ଚିନ୍ତାଧାରା ହେଉଛି ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ କରି ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ କିପରି ହଇରାଣ କରିବା । ମୋତେ ହଇରାଣ କରିବାକୁ ଚେଷ୍ଟା କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦଳିତ, ଆଦିବାସୀ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା । ଯେପର୍ଯ୍ୟନ୍ତ ରାଜ୍ୟର କୋଟି କୋଟି ଲୋକଙ୍କ ସମର୍ଥନ ରହିଥିବ, ଏମାନଙ୍କ କୌଣସି ଷଡ଼ଯନ୍ତ୍ର କାମ କରିବନି ।

ଉଲ୍ଲେଖଯୋଗ୍ୟ ବେଆଇନ ଖଣି ମାମଲାରେ ଆଜି ରାଞ୍ଚି କାର୍ଯ୍ୟାଳୟରେ ହାଜର ହେବା ପାଇଁ ସୋରେନଙ୍କୁ ଇଡି ତରଫରୁ ବୁଧବାର ସମନ ଜାରି କରାଯାଇଥିଲା ।

Exit mobile version