Site icon ଆଜିକାଲି

ଅନୁପ୍ରବେଶ ଉପରେ ଲାଗିବ ରୋକ୍‌, ପାକ୍‌ ସୀମା ଜଗିବ ହର୍ମିସ-୯୦୦

ନୂଆଦିଲ୍ଲୀ: ଏଣିକି ପାକିସ୍ତାନୀ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ରୋକ୍‌ ଲାଗିବ। ସୀମାନ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିବ ହର୍ମିସ-୯୦୦। ଏହା ହେଉଛି ଏକ ସର୍ଭେଲାନ୍ସ ଡ୍ରୋନ। ଖୁବଶୀଘ୍ର ଭାରତୀୟ ସେନାରେ ଏହି ଡ୍ରୋନକୁ ସାମିଲ କରାଯିବ। ପଞ୍ଜାବର ଭାଟିଣ୍ଡା ସେନା ଘାଟିରେ ଏହାକୁ ମୁତୟନ କରାଯିବ, ଯେଉଁଠାରୁ ଡ୍ରୋନଟି ଭାରତ-ପାକ୍‌ ସୀମାର ବଡ଼ ଅଞ୍ଚଳ ଉପରେ ନଜର ରଖିପାରିବ।

ଏହି ଡ୍ରୋନର ଅନ୍ୟ ନାମ ହେଉଛି ଦୃଷ୍ଟି-୧୦। ଆସନ୍ତା ୧୮ ତାରିଖରେ ହାଇଦ୍ରାବାଦରେ ବରିଷ୍ଠ ସେନା ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଡ୍ରୋନକୁ ସେନାରେ ଅନ୍ତର୍ଭୁକ୍ତ କରାଯିବ। ଆଦାଦୀ ଡିଫେନ୍ସ କମ୍ପାନୀ ପକ୍ଷରୁ ଏହି ଡ୍ରୋନ ତିଆରି କରାଯାଇଛି।

ଆଦାନୀ ଡିଫେନ୍ସକୁ ପ୍ରାଥମିକ ପର୍ଯ୍ୟାୟରେ ଜରୁରିକାଳୀନ ଭିତ୍ତିରେ ୨ଟି ଡ୍ରୋନ ତିଆରି ପାଇଁ ସେନା ପକ୍ଷରୁ ଅର୍ଡର ଦିଆଯାଇଥିଲା। ୬୦ ପ୍ରତିଶତ ଅନ୍ତର୍ଦେଶୀୟ ଜ୍ଞାନକୌଶଳରେ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏହାକୁ ନିର୍ମାଣ କରାଯାଇଛି। ଡ୍ରୋନରେ ବ୍ୟବହାର ହୋଇଥିବା ଟେକ୍ନୋଲୋଜି ଇସ୍ରାଏଲର ଏକ କମ୍ପାନୀ ଏଲବିଟ୍‌ଠାରୁ ଅଣାଯାଇଛି। ଏ ନେଇ ଆଦାନୀ ଡିଫେନ୍ସ କମ୍ପାନୀ ଏଲବିଟ୍‌ ସହିତ ଚୁକ୍ତି କରିଛି।

ବର୍ତ୍ତମାନ ହେରୋନ ମାର୍କ ୧ ଏବଂ ମାର୍କ ୨ ଡ୍ରୋନ ଜରିଆରେ ଭାରତୀୟ ସେନା ସୀମାନ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖୁଛି।

Exit mobile version