ଜୟପୁର : ୧୯୭୧ ମସିହାରେ ଭାରତ-ପାକିସ୍ତାନୀ ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବୀର ଭୈରନ ସିଂଙ୍କ ଦେହାନ୍ତ ଘଟିଛି । ଏହି ବୀରଙ୍କ ଉପରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଅଭିନୀତ ଫିଲ୍ମ ‘ବର୍ଡର’ ନିର୍ମିତ ହୋଇଥିଲା । କିଛି ଦିନ ପୂର୍ବରୁ ଅସୁସ୍ଥ ହେବା ପରେ ତାଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୋମବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭାରତ ମାତାର ଏହି ବୀରପୁତ୍ରଙ୍କ ବିୟୋଗ ପରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି ।
ଭୈରନ ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ ଏମ୍ସରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଶ୍ବାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ୨ ଦିନ ପୂର୍ବରୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ସୋମବାର ଦିନ ପ୍ରାୟ ୧୨:୩୦ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତଦେହକୁ ବିଏସଏଫ ଆମ୍ବୁଲାନ୍ସ ଆଣିଥିଲା । ଭୈର ସିଂ ଯୋଧପୁରର ଶେରଗଡ ଅଞ୍ଚଳର ବାସିନ୍ଦା ।