Site icon ଆଜିକାଲି

ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମଙ୍କୁ ଝଟକା, ତଳକୋର୍ଟ ରାୟକୁ ରଦ୍ଦ କଲେ ହାଇକୋର୍ଟ 

ନୂଆଦିଲ୍ଲୀ: ୨୦୧୯ ଜାମିଆ ହିଂସା ମାମଲାରେ ଛାତ୍ରନେତା ଶର୍ଜିଲ ଇମାମଙ୍କ ସମେତ ୯ ଅଭିଯୁକ୍ତଙ୍କୁ ହାଇକୋର୍ଟ ବଡ଼ ଝଟକା ଦେଇଛନ୍ତି। ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ତଳକୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ନିର୍ଦୋଷରେ ଖଲାସ ହେଇଥିବା ବେଳେ ଶର୍ଜିଲ ଇମାମଙ୍କ ସମେତ ଅନ୍ୟ ୯ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ତଳକୋର୍ଟ ରାୟକୁ ଦିଲ୍ଲୀ ପୋଲିସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

Exit mobile version