Site icon ଆଜିକାଲି

ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ହାଇକୋର୍ଟଙ୍କ ରାୟ; ମୁକୁଳିବ ନାବାଳକ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା ଉପରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୁର୍ଘଟଣା ଘଟାଇଥିବା ନାବାଳକାକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିସହ କୋର୍ଟ ରିମାଣ୍ଡ ଆଦେଶକୁ ବେଆଇନ ବୋଲି ଦର୍ଶାଇଛନ୍ତି।

ମେ’ରେ ଜଣେ ୧୭ ବର୍ଷୀୟ ନାବାଳକ ଦାମୀ ପୋର୍ସେ କାର୍ ଚଳାଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ପର ଦିନ ନାବାଳକଙ୍କୁ ଏକ ତଳ କୋର୍ଟ ବେଲ୍ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁର୍ଘଟଣା ଘଟାଇବାର କିଛି ସମୟ ପୂର୍ବରୁ ନାବାଳକ ପବରେ ମଦ ପିଉଥିବାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା। ଏହାପରେ ବିବାଦ ବଢିବାରୁ ନାବାଳକଙ୍କ ବାପାଙ୍କୁ ଗିରଫ କରାଯିବା ସହ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଏପରିକି ନାବାଳକଙ୍କ ବଞ୍ଚାଇବା ପାଇଁ ଡ୍ରାଇଭରଙ୍କୁ ସମସ୍ତ ଦୋଷ ମୁଣ୍ଡାଇବା ପାଇଁ ବାଧ୍ୟ କରିଥିବା ତାଙ୍କ ଜେଜେବାପା ଏବଂ ପରୀକ୍ଷା ପାଇଁ ତାଙ୍କ ମାଆ ରକ୍ତ ନମୂନା ଦେଇଥିବାରୁ ଗିରଫ ହୋଇଛନ୍ତି। ମାସେ ହେବ ଚାଲିଥିବା ଏହି ବିବାଦ ଉପରେ ବମ୍ବେ ହାଇକୋର୍ଟ ରାୟ ଶୁଣାଇ ନାବଳକଙ୍କୁ ବାଳସୁଧାର ଗୃହରୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version